ରେଳ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯/୩: କୋଲ୍‌କାତା ରେଳ କାର୍ଯ୍ୟାଳୟ ଅଗ୍ନିକାଣ୍ଡରେ  ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦୁଃଖଦ ସମୟରେ ମୃତକଙ୍କ ପରିବାରକୁ ସେ ଗଭୀର ସମବେଦନା ଜଣାଇଛନ୍ତି । ଆହତକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ ଯେ କୋଲ୍‌କାତା ନୂଆ କୋଇଲାଘାଟ ରେଳ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୯ରେ ପହଂଚିଛି। ମୃତକଙ୍କ ମଧ୍ୟରେ ୪ ଅଗ୍ନିଶମ କର୍ମଚାରୀ ଓ ୨ RPF ଯବାନ, ଜଣେ ପୋଲିସ ASI ଓ ଅନ୍ୟ ୨ ଜଣ ବ୍ୟକ୍ତି ରହିଛନ୍ତି।