ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୬/୩: ଫିକି ପକ୍ଷରୁ FLO ଓଡ଼ିଶା ଆୱାର୍ଡ ସମାରୋହ ହୋଇଥିଲା। ସେହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ ଦେଇ ମିଶନ ଶକ୍ତିକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଓଡ଼ିଶାର ମହିଳା ସଶକ୍ତିକରଣ ଦେଶ ପାଇଁ ମଡେଲ । ମିଶନ ଶକ୍ତି ପାଇଁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବଡ଼ ବିପ୍ଳବ ହୋଇଛି ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି।