ବିଶ୍ବ ବନ୍ୟପ୍ରାଣୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୩/୩: ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା  ଜଣାଇଛନ୍ତି। ସମସ୍ତେ ବନ୍ୟପ୍ରାଣୀ ଦିବସ ପାଳିବା ସହ ବନ୍ୟଜନ୍ତୁ ଉପରେ ପ୍ରାକୃତିକ ସମ୍ପଦର ଅସ୍ଥାୟୀ ବ୍ୟବହାରର ପ୍ରଭାବ ନେଇ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ସେମାନଙ୍କ ସହ ଯତ୍ନଶୀଳ ସମ୍ପର୍କକୁ ପ୍ରୋତ୍ସାହିତ କରିବାକୁ ସେ ଅନୁରୋଧ କରିଛନ୍ତି।