ପିପିଲି ଓ ଡେଲାଙ୍ଗ ପାଇଁ ୭୦ କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩/୨: ଆଜି ପିପିଲି ଓ ଡେଲାଙ୍ଗ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ ଉଭୟ ସ୍ଥାନ ପାଇଁ ୭୦ କୋଟିର ପ୍ୟାକେଜ୍‌ ସେ ଘୋଷଣା କରିଛନ୍ତି। ସେ ଭିସି ଜରିଆରେ ପିପିଲିବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ ଦେଇ କହିଛନ୍ତି ଯେ ଗରିବ ଲୋକଙ୍କ ମୁହଁର ହସ ମୋତେ ସବୁଠୁ ବେଶୀ ଖୁସି ପ୍ରଦାନ କରେ । କରୋନା ପାଇଁ ରାଜ୍ୟରେ ଲକ୍‌ଡାଉନ ଲାଗୁ ହୋଇଥିଲା। ଏହି ସମୟରେ ନଡରି ମଧ୍ୟ ଚାଷୀଭାଇମାନେ ଚାଷ କରିଛନ୍ତି ବୋଲି ସେ କହିଛନ୍ତି।