ବିର୍ସା ମୁଣ୍ଡାଙ୍କ ନାମରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ

ଭୁବନେଶ୍ୱର, ୧୬/୨: ଆଜି ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ରାଉରକେଲା ଠାରେ ୨୦୨୩ ପୁରୁଷ ବିଶ୍ବକପ୍‌ ହକି ଆୟୋଜନକୁ ଦୃଷ୍ଟିରେ ରଖି  ଆନ୍ତର୍ଜାତୀୟ ମାନର ଷ୍ଟାଡିଅମର ଶିଳାନ୍ୟାସ କରିଛନ୍ତି । ଏହି ନୂତନ ଷ୍ଟାଡିଅମ ବିଶିଷ୍ଟ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିଅମ ହେବ ।ଏହି ଷ୍ଟାଡିଅମ ଯୁବ ସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ସହିତ ବଡ ବଡ କାମ କରିବା ପାଇଁ ଉତ୍ସାହ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।