NMA ବାଇ-ଲ’କୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ୱର, ୧୨/୨: ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ମନ୍ଦିର ଓ ରାମେଶ୍ବର ମନ୍ଦିର ଉପରୁ ବିବାଦୀୟ NMA ବାଇ-ଲ’କୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିିିଛନ୍ତି। ସମ୍ବେଦନଶୀଳ ଧର୍ମୀୟ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟକୁ ବିଶ୍ବାସକୁ ନେଉ ବୋଲି ସେ କହିଛନ୍ତି। ସମସ୍ତ ଓଡ଼ିଆ ସାଂସଦ ଏକାଠି ହୋଇ ବାଇ-ଲ’ ପ୍ରତ୍ୟାହାର ପାଇଁ କେନ୍ଦ୍ର ନିକଟରେ ଅପିଲ କରିବାକୁ ଟ୍ବିଟ୍‌ ମଧ୍ୟ କରି କହିଛନ୍ତି ନବୀନ ।