ବିମାନ ନିଖୋଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୦/୧: ଇଣ୍ଡୋନେସିଆରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାପରେ ବିମାନ ର ସନ୍ଧାନ ମିଳିପାରିନାହିଁ । ଅନ୍ୟପଟେ ବିମାନ ନିଖୋଜ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିମାନ ନିଖୋଜ ଖବର ଶୁଣି ମୁଁ ଚିନ୍ତିତ। ଏହାସହ ସେ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ।