ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଉଦଘାଟନ କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର, ୮/୧: ଜାତୀୟ ଚିଲିକା ପକ୍ଷୀ ଉତ୍ସବକୁ ଉଦଘାଟନ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଜାତୀୟ ଚିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧରେ ସଚେତନତା ପ୍ରସାର ଏହି ଉତ୍ସବର ମୂଳ ଲକ୍ଷ୍ଯ ।

ଏହାସହ ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ଆସନ୍ତି ୧୨ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ ଆସନ୍ତି। ସେଥିପାଇଁ ଚିଲିକାର ମଙ୍ଗଳାଯୋଡ଼ି, ନଳବଣକୁ ଏସିଆର ପକ୍ଷୀ ଭୂସ୍ବର୍ଗ କୁହାଯାଏ। କୋଭିଡ କଟକଣା ସତ୍ତ୍ବେ ଉତ୍ସବକୁ ଉପଭୋଗ କରିବାକୁ ପଞ୍ଜୀକରଣ କରିଛନ୍ତି ୫୫ ଜଣ ପକ୍ଷୀପ୍ରେମୀ ।