ଭଉଣୀଙ୍କର ଶେଷ ଦର୍ଶନ ପାଇଁ ଦିଲ୍ଲୀରେ ପହଁଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭/୦୯: ଦିଲ୍ଲୀରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତରାତିରେ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର ଦିଲ୍ଲୀରେ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଆଜି ତାଙ୍କ ଶେଷ ଦର୍ଶନ ପାଇଁ ଭୁବନେଶ୍ୱରରୁ ଯାଇ ଦିଲ୍ଲୀରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଉଣୀଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିଥିଲେ । ଏବେ ଏବେ ସେ ଗୀତା ମେହେଟ୍ଟାଙ୍କର ବାସଭବନରେ ପହଂଚିଛନ୍ତି । ସେଠାରେ ସେ ଭଉଣୀଙ୍କ ଶେଷକୃତ୍ତ୍ୟରେ ଯୋଗଦେବେ ।