ପଞ୍ଚାୟତିରାଜ ନିର୍ବାଚିତ ଜନପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨/୬: ପଞ୍ଚାୟତିରାଜ ନିର୍ବାଚିତ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କିଟ ପରିସରରେ ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି, ଉପସଭାପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ସରପଞ୍ଚ ଉପସ୍ଥିତ ରହିଛନ୍ତି । କର୍ମଶାଳାର ସ୍ୱଚ୍ଛ ଶାସନର ପାଠ ପଢ଼ିଲେ ନିର୍ବାଚିତ ପ୍ରତିନିଧି ।

ଫାଇଭ-ଟି ଅଭିଯାନରେ ସ୍ୱଚ୍ଛ ଶାସନରେ ନବ ନିର୍ବାଚିତ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ସମ୍ପର୍କରେ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ଆସ୍ଥା ପ୍ରକଟ କରିଥିବା ନେତା ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କିଭଳି ପୂରଣ କରାଯିବ ତାହା ଉପରେ କର୍ମଶାଳାରେ ଗୁରୁତ୍ୱ ଦେଇଛନ୍ତି । ବିଶେଷକରି ଗ୍ରାମାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଉପରେ ଫୋକସ କରାଯିବ । ଏହା ସହ ଲୋକଙ୍କ ପାଖରେ ସହଜରେ ସମସ୍ତ ସେବା ପହଞ୍ଚାଇବା ସମ୍ପର୍କରେ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।