ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ ଉପଲବ୍ଧ ହେବ JEE ପ୍ରଶ୍ନପତ୍ର

ଭୁବନେଶ୍ୱର, ୧୯/୧୨: ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ  JEE ପ୍ରଶ୍ନପତ୍ର ଉପଲବ୍ଧ ହେବ। ବିଭିନ୍ନ ଭାରତୀୟ ଭାଷା ସମେତ ଓଡ଼ିଆ ଭାଷାରେ ଉପଲବ୍ଧ ହେବ। ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଆ ଭାଷାରେ କରାଇବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସହମତି ପ୍ରକାଶ କରିଛି। ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।