୧୯୬ ନୂତନ ପଦବି ଓ ୨୮ଟି ସ୍ଥାୟୀ ପୁଲିସ ଆଉଟପୋଷ୍ଟକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୨୮ଟି ସ୍ଥାୟୀ ପୁଲିସ ଆଉଟପୋଷ୍ଟ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଛନ୍ତି। ଏହାଛଡ଼ା ସେ ପୁଲିସ ବିଭାଗର ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବି ମଞ୍ଜୁର କରିଛନ୍ତି। ପୁଲିସ ବିଭାଗର ଅନ୍ୟାନ୍ୟ ପଦବିଗୁଡ଼ିକର ପୁନଃ-ବଣ୍ଟନ ଦ୍ବାରା ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବି ସୃଷ୍ଟି ହୋଇଛି।ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୁଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ। ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ଲେଖାଏ ସବ୍‌ଇନିସ୍‌ପେକ୍ଟର ଓ ୬ ଜଣ ଲେଖାଏ କନେଷ୍ଟବଳ ନିୟୋଜିତ ହେବେ।