କାନ୍ଥ ଭୁଶୁଡ଼ିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯/୩: କଟକ ଛତ୍ରବଜାର ପୋଲ କାନ୍ଥ ଭୁଶୁଡ଼ିବା ଘଟଣାରେ RDCସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ହୋଇଛି। ଅନ୍ୟପଟେ ଆହତଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ହୋଇଛି। ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରି ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ନବୀନ।
ଉଲ୍ଲେଖ ଯୋଗ୍ୟ ଯେ କଟକ ଛତ୍ରବଜାର ମାର୍କେଟ୍‌ ନିକଟ ପୋଲ କାନ୍ଥ ଭୁଶୁଡ଼ିବା ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିିିଥିଲା। ଆଉ ଜଣେ ଆହତଙ୍କ ଅବସ୍ଥା ଗୁରୁତର ହୋଇଥିଲା।