ନିର୍ବାଚନ ଆସିଲେ ଗୁଜବ ହୁଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୮:ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଭ୍ରମଣ କରି ଆଜି ଏକାମ୍ର ଯୋଜନା କାର୍ଯ୍ୟକ୍ରମ ଅଧିନରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳର ବିକାଶର ଅଗ୍ରଗତି ସମୀକ୍ଷା କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟପଟେ ସେ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ଆସିଲେ ମୋର ସ୍ବାସ୍ଥ୍ୟକୁ ନେଇ ଗୁଜବ ପ୍ରଚାରିତ ହୁଏ। ସେ ପୂରାପୂରି ସୁସ୍ଥ ଓ ଖୁସି ଅଛନ୍ତି ବୋଲି କହିଛନ୍ତି। ଓଡ଼ିଶାବାସୀଙ୍କ ସେବା କରି ଚାଲିଛି । କୋଭିଡ ମହାମାରୀ ଏବେ ବି ଅଛି, ସମସ୍ତେ ସତର୍କ  ଓ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି।