ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା:କଳାହାଣ୍ଡି ମ.ରାମପୁରର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା । ମୃତ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ପରିବାରକୁ ୧୩ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଉଲ୍ଲେଖ ଯୋଗ୍ୟ ଯେ ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ସାମ୍ବାଦିକ ଜଣକ ହେଉଛନ୍ତି ରୋହିତ ବିଶ୍ୱାଳ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ମ.ରାମପୁରର କରଲାମଖୁଣ୍ଟାର ଦୁଲେନ ଛକରେ ଲ୍ୟାଣ୍ଡ ମାଇନ ବିଛାଇ ଥିଲେ । ଏହି ସମୟରେ ରୋହିତ ସେହି ବାଟ ଦେଇ ଯାଉଥିବା ବେଳେ ଏହା ବିସ୍ଫୋରଣ ହୋଇ ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।