୭୫ ଟଙ୍କାରେ ସିନେମା ଦେଖିବେ ଦର୍ଶକ

ନୂଆଦିଲ୍ଲୀ, ୨୨/୯: ସିନେପ୍ରେମୀଙ୍କ ପାଇଁ ବଡ଼ ଓ ଖୁସି ଖବର । ୨୦୦ କି ୫୦୦ ନୁହେଁ କି ୧୦୦୦ ନୁହେଁ । ମାତ୍ର ୭୫ ଟଙ୍କାରେ ସିନେମା ଦେଖିବେ ଦର୍ଶକ । ମଲ୍ଟି ପ୍ଲେକ୍ସ ହେଉ ଅବା ସିଙ୍ଗେଲ ସ୍କ୍ରିନ ସବୁଠି ସମାନ ଦର । ସାରା ଭାରତ ବର୍ଷରେ ପାଳନ ହେବ ଜାତୀୟ ସିନେମା ଦିବସ । ଏନେଇ ଦର୍ଶକଙ୍କ ପାଇଁ ଏକ ନିଆରା ଅନୁଭୂତି ଦେବାକୁ ଏପରି ପ୍ରୟାସ କରିଛନ୍ତି ମଲ୍ଟି ପ୍ଲେକ୍ସ ମାଲିକ ସଂଘ । PVR, INOX, CINEPOLIC, Cineplex ସମେତ ସମସ୍ତ ବଡ଼ ସିନେମା ଥିଏଟରରେ ଯେକୌଣସି ସୋ’ର ଟିକେଟ ଦର ୭୫ ଟଙ୍କା ରହିବ ବୋଲି ନିଷ୍ପତି ହୋଇଛି । ଖାଲି ମଲ୍ଟି ପ୍ଲେକ୍ସ ନୁହେଁ ସାଧାରଣ ହଲ୍ ବା ଯାହାକୁ ସିଙ୍ଗିଲ ସ୍କ୍ରିନ କୁହାଯାଏ ସେଠି ବି ୭୫ ଟଙ୍କା ଟିକେଟ ର ମୂୂଲ୍ୟ ରହିବ।