ଶ୍ରୀମନ୍ଦିରରେ ଆଜି ଚିତା ଲାଗି ଅମାବାସ୍ୟା, ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର,୪/୦୮: ଶ୍ରୀମନ୍ଦିରରେ ଆଜି ଚିତା ଲାଗି ଅମାବାସ୍ୟା । ଆଜି ମହାପ୍ରଭୁଙ୍କ ମସ୍ତକରେ ଝଟକିବ ରତ୍ନ ଖଚିବ ସୁବର୍ଣ୍ଣ ଚିତା । ନିଳାଦ୍ରୀ ବିଜେ ପରେ ଆଜି ରହିଛି ମହାପ୍ରଭୁଙ୍କର ଦୁଇଟି ବିଶେଷ ନୀତି। ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ସହିତ ରହିଛି ମହାପ୍ରଭୁଙ୍କ ଚିତ୍ତାଲାଗି ନିତି।ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ, ଦଇତାପତି ମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନ ଚିତାକୁ ପୁଣି ଥରେ ଲଗାଇବେ । ତେବେ ଏହି ନୀତି ପାଇଁ ଆଜି ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।