ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାଡ କରି ନଷ୍ଟ କଲେ ଆମେରିକା ସେନା

ନୂଆଦିଲ୍ଲୀ,୫/୨: ଆମେରିକା ଆକାଶରେ ଚୀନର ସ୍ପାଏ ବେଲୁନ୍ ଉଡ଼ୁଥବା କଥା ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ କ୍ଷେପଣାସ୍ତ୍ର ମାଡ କରି ନଷ୍ଟ କରିଛି ଆମେରିକା ସେନା । ସପ୍ତାହେ ତଳେ ଆମେରିକା ଆକାଶରେ ଦେଖା ଦେଇଥିବା ଏହି ପର୍ୟ୍ୟବେକ୍ଷଣକାରୀ ବେଲୁନ୍‌ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥଳୀଗୁଡ଼ିକୁ କରୁଥିଲା ବୁଲୁଥିବା ଆମେରିକା କହିଛି। ବାଇଡେନ୍‌ କହିଛନ୍ତି, ବେଲୁନ୍‌ଟିକୁ ବିସ୍ଫୋରକ ମାରି ଖସାଇ ଦେବାଲାଗି ସେ ଆଦେଶ ଜାରି କରିଥିଲେ। କିନ୍ତୁ, ତିନୋଟି ବସ୍‌ର ସମୁଦାୟ ଆକାର ଭଳି ଉକ୍ତ ପ୍ରକାଣ୍ଡ ବେଲୁନ୍‌ଟି ସ୍ଥଳଭାଗ ଉପରେ ଥିବାରୁ ବିସ୍ଫୋରଣ ପରେ ତାହାର ଭଗ୍ନାଂଶଗୁଡ଼ିକ ଜନବସତି ଅଞ୍ଚଳରେ ପଡ଼ି ଅନିଷ୍ଟ କରିବାର ଆଶଙ୍କା ଥିବା ଦର୍ଶାଇ ପେଣ୍ଟାଗନ୍‌ କହିଥିଲା କି, ବେଲୁନ୍‌ଟି ସମୁଦ୍ର ଉପର ଆକାଶକୁ ଗଲେ ଯାହା କିଛି କରାଯିବ। ଏବେ ସେମାନେ ତାହାକୁ ଖସାଇବାରେ ସଫଳ ହୋଇଛନ୍ତି। ବେଲୁନ୍‌ଟିକୁ ଖସାଇଥିବା ବୈମାନିକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ବୋଲି ବାଇଡେନ୍‌ କହିଛନ୍ତି।