ପୁଣିଥରେ ଡିଜିଟାଲ ଷ୍ଟ୍ରାଇକ, ଚୀନ ଲିଙ୍କ ଥିବା ୧୩୮ ଆପ୍ ବ୍ୟାନ

ନୂଆଦିଲ୍ଲୀ,୫/୨: ଚୀନ୍ ବିରୋଧରେ ଭାରତ ସରକାରଙ୍କ ବଡ ନିଷ୍ପତ୍ତି ନେଇଛନ୍ତି। ଚୀନ ଲିଙ୍କ ଥିବା ୧୩୮ ବେଟିଂ ଆପ୍ ଓ ୯୬ଟି ଋଣ ଆପ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଏହାକୁ ବ୍ଲକ୍ କରିଛନ୍ତି ଭାରତ ସରକାର । ମିଳିଥିବା ସୂଚନା ମୁତାବକ, ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟକୁ ଏ ସମ୍ବନ୍ଧରେ ଗୃହ ମନ୍ତ୍ରାଳୟ ତରଫରୁ ଏକ ଆଦେଶ ମିଳିଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଭାରତ ସରକାର ଏହି ଆପକୁ ବ୍ୟାନ୍ କରିଛନ୍ତି ।