ଜାନୁଆରି ୨୦ରୁ ଆରମ୍ଭ ହେବ ଶିଶୁ ଜନସଂପର୍କ ଅଭିଯାନ

ଭୁବନେଶ୍ୱର, ୧୪/୧: ଜାନୁଆରି ୨୦ରୁ ଶିଶୁ ଜନସଂପର୍କ ଅଭିଯାନ ଆରମ୍ଭ ହେବ। ପୁରୀରୁ ଶୁଭାରମ୍ଭ କରିବ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପ୍ରଥମ ପର୍ଯ୍ୟାୟରେ ପୁରୀର ଡେଲାଙ୍ଗ, କଣାସ, ପିପିଲିରେ ବ୍ଲକ୍‌ରେ ଏହା ଆରମ୍ଭ ହେବ ।
ପରେ ଭୁବନେଶ୍ବରର ସବୁ ବସ୍ତି ଓ ଅନ୍ୟ ଜିଲ୍ଲାରେ ଏହି ଅଭିଯାନ ଚାଲିବ। କୋଭିଡ ବେଳେ ଘରେଥିବା ଶିଶୁଙ୍କ ମାନସିକ ଅସ୍ଥିରତା ଦୂର ପାଇଁ  ଏହି ପ୍ରୟାସ କରାଯାଉଛି। ଶିଶୁଙ୍କ ଅଭିଯୋଗ ଶୁଣାଣି ସହ ସମାଧାନର ପ୍ରୟାସ କରିବ ଆୟୋଗ । ଏନେଇ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି।