ଓଲଟିଲା କମାଣ୍ଡର ଜିପ୍, ଜଣେ ଶିଶୁ ମୃତ ସହ ୬ଜଣ ଆହତ

ଭୁବନେଶ୍ୱର, ୧୯/୧୨: କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସେଠାରେ ଏକ   କମାଣ୍ଡର ଜିପ୍ ଓଲଟି ଯାଇଛି। ଯାହାଫଳରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଏହାସହ ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି ।କମାଣ୍ଡର ଜିପ୍ର ଷ୍ଟିୟରିଂ ଫେଲ୍ ହୋଇଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଛି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ସୂଚନା ମିଳିଛି।