ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର,୨୪/୮: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି। ତାଙ୍କର ଚଳିତ ମାସରେ କାର୍ଯ୍ୟକାଳ ସରିବାକୁ ଥିବା ବେଳେ ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି । ସେପ୍ଟେମ୍ବର ୧ରୁ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ିଛି । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ପକ୍ଷରୁ ଅନୁମୋଦନ ଦିଆଯାଇଛି ।ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ୧୯୮୬ ବ୍ୟାଚର ଆଇଏଏସ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ ୬ ମାସ ବଢ଼ିଥିଲା । ଫେବୃଆରୀ ୨୮, ୨୦୨୨ରେ ସେ ଅବସର ଗ୍ରହଣ କରିଥାନ୍ତେ । କିନ୍ତୁ ସେହି ସମୟରେ ତାଙ୍କ କାର୍ଯ୍ୟକାଳକୁ ୮ ମାସ ବୃଦ୍ଧି କରାଯାଇଥିଲା ।