ଛତିଶଗଡ଼ରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ୨ମାଓବାଦୀ ସଫା

ଭୁବନେଶ୍ୱର,୨/୦୩: ଛତିଶଗଡ଼ରେ ସୁକ୍‌ମା ଜିଲ୍ଲା ମେଟାଗୁଡା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ୨ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳୁଛି । ୨ ଜଣଙ୍କ ମୃତଦେହ ଉଦ୍ଧାର ସହ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବଳ । ଏବେ ବି ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ସୁକ୍‌ମା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସକାଳୁ ସୁକ୍‌ମା କିସ୍ତରାମ ଥାନା ଅନ୍ତର୍ଗତ ମେଟାଗୁଡା ଜଙ୍ଗଲରେ ହୋଇଛି ଏନକାଉଣ୍ଟର । ଏଠାରେ କିଛି ମାଓବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୁରକ୍ଷା ବାହିନୀକୁ ଖବର ମିଳିଥିଲା । ଏହାପରେ  ଆଣ୍ଟି-ନକ୍ସଲ ଅପେରସନ ଆରମ୍ଭ ହୋଇଥିଲା । ଆଜି ସକାଳୁ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷା ବାହିନୀ । ଦୁଇ ପକ୍ଷ ଭିତରେ ଜୋରଦାର୍ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଆଉ ଏହି ଏନକାଉଣ୍ଟରେ ନିପାତ ହୋଇଥିଲେ ୨ ଜଣ ମାଓବାଦୀ ।