ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ବେରୋଜଗାରଙ୍କୁ ମିଳିବ ବେକାରୀ ଭତ୍ତା

ନୂଆଦିଲ୍ଲୀ,୨୬/୧: ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ସେପଟେ ଆଇଟି କମ୍ପାନୀମାନେ ଦୈନିକ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ଏହାରିି ଭିତରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁୂପେଶ ବଘେଲ ୭୪ତମ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟର ବେରୋଜଗାରୀଙ୍କ ପାଇଁ ବେକାରୀ ଭତ୍ତା ଘୋଷଣା କରିଛନ୍ତି । ଜଗଦଲପୁର ଠାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି କି, ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟର ପ୍ରତ୍ୟେକ ପଞ୍ଜିକୃତ ବେରୋଜଗାର ଯୁବକ ଯୁବତୀଙ୍କୁ ପ୍ରତିମାସ ବେକାରୀ ଭତ୍ତା ପ୍ରଦାନ କରାଯିବ ।