ଶିଳ୍ପାଞ୍ଚଳରେ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ସ୍ଥିତି ନିୟନ୍ତ୍ରିତ

ଭୁବନେଶ୍ୱର,୬/୧୦: ଭୁବନେଶ୍ବରର ସ୍ଥିତ ଚନ୍ଦକା ଶିଳ୍ପାଞ୍ଚଳରେ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଗ୍ୟାସ ଲିକ୍ ହୋଇଥିବା ଫ୍ୟାକ୍ଟ୍ରିର ନାଁ ହେଉଛି ଶିଭମ୍ କେମିକାଲ୍ସ । ଏଠାରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଥିବା କୁହାଯାଉଛି । ଏହି ଗ୍ୟାସକୁ ଆୟତ୍ତ କରିବାକୁ ୩ଟି ଅଗ୍ନିଶମ ଟିମ୍ ଉଦ୍ୟମ କରିଛନ୍ତି । ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଅଗ୍ନିଶମ ଟିମ୍ ପ୍ରୟାସ ଚଳାଇଥିଲେ। ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଥିବା ସୂଚନା ମିଳିଛି ।ଗ୍ୟାସ ଲିକକୁ ଦେଖି ପଟିଆରୁ ଇନଫୋସିଟି ରାସ୍ତାକୁ ପୋଲିସ ବନ୍ଦ କରିଥିବା ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଗ୍ୟାସ୍ ଲିକ୍ ହୋଇଛି, ସେନେଇ ସଂପୃକ୍ତ ଫ୍ୟାକ୍ଟ୍ରି ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Leave a Reply

Your email address will not be published. Required fields are marked *