ପଞ୍ଜାବରେ ଚରଣଜିତ ସିଂହ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ପଞ୍ଜାବ: ପଞ୍ଜାବରେ ନିର୍ବାଚନ ନେଇ ରାଜନୈତିକ ଉଷ୍ମତା ଦେଖା ଦେଇଛି। ଏହାରିମଧ୍ୟରେ ଆଜି ପଞ୍ଜାବରେ ଚରଣଜିତ ସିଂହ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନାମ ଘୋଷଣା ହୋଇଛି। ଲୁଧିଆନାରେ ଚନ୍ନିଙ୍କ ନାଁ ଘୋଷଣା କରିଛନ୍ତି ସାଂସଦ ରାହୁଲ ଗାନ୍ଧି। ସୂଚନାଯୋଗ୍ୟ ଯେ ନବଜୋତ ସିଂ ସିଦ୍ଧୁଙ୍କ ଉପସ୍ଥିତିରେ ନାମ ଘୋଷଣା କରିଛନ୍ତି ରାହୁଲ।