ବିବାହ ବୟସରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର, ୧୬/୧୨: ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ କରିିିଛନ୍ତି କେନ୍ଦ୍ର ସରକାର। ୧୮ବର୍ଷ ପରିବର୍ତ୍ତେ ଝିଅମାନେ ୨୧ବର୍ଷ ବୟସରେ ବିବାହ କରିବେ। ଉଭୟ ପୁଅ ଓ ଝିଅଙ୍କ ପାଇଁ ବିବାହ ବୟସ ୨୧ ବର୍ଷ କରାଯାଇଛି। ଝିଅଙ୍କ ବିବାହ ବୟସ ସୀମା ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି  ମିଳିଛି। ଅର୍ଥାତ ଝିଅଙ୍କ ବିବାହ ୨୧ ବର୍ଷ ପୂର୍ବରୁ ହେବା ବେଆଇନ୍ । ଏହା ସମସ୍ତ ଧର୍ମ ଓ ବର୍ଗ ପାଇଁ ଲାଗୁ ହେବ ।