ଭାରତ ରଚିଲା ଇତିହାସ, ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ,୨୩/୦୮: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଇସ୍ରୋ ବୈଜ୍ଞାନିକଙ୍କ ସମସ୍ତ ପ୍ରଚେଷ୍ଠା ଓ ପରିଶ୍ରମର ଫଳ ଆଜି ଦେଶବାସୀଙ୍କୁ ମିଳିଛି । ୨୦୧୯ ରେ ଭାରତ ତାର ଚନ୍ଦ୍ର ଅଭିଯାନରେ ବିଫଳ ହୋଇଥିବା ବେଳେ ଦୀର୍ଘ ୫ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଇସ୍ରୋର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରରେ ଅବତରଣ କରିଛି । ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିଛି । ଏହା ପରେ ଏବେ ଚନ୍ଦ୍ରରେମାଟି, ଜଳ ଓ ଜୀବନର ସନ୍ଧାନ କରିବାରେ ବୈଜ୍ଞାନିକମାନଙ୍କୁ ଏବେ ସହଜ ହେବ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଥିବା ସମସ୍ତ ରହସ୍ୟକୁ ଉନ୍ମୋଚନ କରିବା ସହ ଏହାର ତଥ୍ୟ ଭାରତକୁ ପ୍ରଦାନ କରିବ । ଚନ୍ଦ୍ରଯାନ ୩ର ସଫଳତା କେବଳ ଭାରତ ପାଇଁ ନୁହେଁ ବରଂ ସାରା ବିଶ୍ୱପାଇଁ ଏକ ସଫଳତା ବୋଲି କୁହାଯାଉଛି । ଏହାର କାରଣ ହେଉଛି ଚନ୍ଦ୍ରଯାନ-୩ ଚନ୍ଦ୍ରରୁ ଯେଉଁ ତଥ୍ୟ ପ୍ରଦାନ କରିବ ତାହା କେବଳ ଭାରତ ନୁହେଁ ବରଂ ଅନ୍ୟଦେଶର ବୈଜ୍ଞାନିକଙ୍କୁ ଚନ୍ଦ୍ର ଅଭିଯାନରେ ଅନେକ ସହାୟକ ହେବ ।