କାଉଣ୍ଟଡାଉନ ଆରମ୍ଭ, ଆଜି ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ,୨୩/୦୮: ଆଜି ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-୩ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ ।

ଗତ ରବିବାର ଏହି ମିସନର ଦ୍ୱିତୀୟ ଡିବୁଷ୍ଟିଂ ଅପରେସନ୍ ସଫଳତାର ସହ ସମ୍ପାଦନ କରାଯାଇଥିଲା । ଏହାର ଗତିବେଗ ନିୟନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି । ଚନ୍ଦ୍ରଯାନ-୩ର ଆଭ୍ୟନ୍ତରୀଣ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜାରି ରହିଛି ଏବଂ ସପ୍ଟ ଲ୍ୟାଣ୍ଡିଂ ପାଇଁ ଏହା ସବୁ ଦିଗରୁ ସମର୍ଥ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।ଭାରତର ଏହି ମିଶନ ଚନ୍ଦ୍ରଯାନ ଉପରେ ଏବେ ସାରା ବିଶ୍ୱର ରହିଛି ନଜର । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପ୍ରକ୍ରିୟା ୪ଟି ପ୍ରକ୍ରିିୟାରେ ହେବ ।