ଚନ୍ଦ୍ରଠାରୁ ମାତ୍ର ୨୫ କିମି ଦୂରରେ ରହିଛି ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ,୨୦/୦୮: ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରର ଖୁବ ନିକଟତର ହେଲା ବିକ୍ରମ ଲ୍ୟାଣ୍ଡର । ଏବେ ଚନ୍ଦ୍ରଠାରୁ ମାତ୍ର ୨୫ କିମି ଦୂରରେ ରହିଛି ଲ୍ୟାଣ୍ଡର ବିକ୍ରମ । ମଡ୍ୟୁଲ୍‌’ର ଅଭ୍ୟନ୍ତରୀଣ ଯାଞ୍ଚ କରାଯାଇ ନିର୍ଦ୍ଧାରିତ ଅବତରଣ ସ୍ଥାନରେ ସୂର୍ୟ୍ୟୋଦୟ ହେବା ପର୍ୟ୍ୟନ୍ତ ଅପେକ୍ଷା କରାଯିବ। ଅଗଷ୍ଟ ୨୩ ତାରିଖ ଭୋର୍‌ ୫.୪୫ରେ ଅବତରଣ ପ୍ରକ୍ରିୟା  ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି। ‘ଲ୍ୟାଣ୍ଡର୍‌ ବିକ୍ରମ’ ଓ ‘ରୋଭର୍‌ ପ୍ରଜ୍ଞାନ’ ସହିତ ଏହି ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ ଅଗଷ୍ଟ ୨୩ ତାରିଖ ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଉଦ୍ୟମ କରିବ।

ସୂଚନା ଯୋଗ୍ୟ ଯେ ଅଗଷ୍ଟ ୧୮ ତାରିଖ ଅପରାହ୍ଣ ୪ଟା ବେ‌ଳେ ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ର ପ୍ରଥମ ‘ଡିବୁଷ୍ଟିଙ୍ଗ୍‌’ ସମ୍ପନ୍ନ ହେବା ପରେ ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ର କକ୍ଷପଥ ୧୧୩ କିଲୋମିଟର୍‌ ୧୫୭ କିଲୋମିଟର୍‌କୁ ହ୍ରାସ ପାଇଥିଲା। ସେତେବେଳେ ‘ଲ୍ୟାଣ୍ଡର୍‌ ମଡ୍ୟୁଲ୍‌’ର ଅବସ୍ଥା ସ୍ୱାଭାବିକ ଥିଲା।