ଆରମ୍ଭ ହେଲା ଜହ୍ନକୁ ଯାତ୍ରା, ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ,୧୪/୦୮: ଅପେକ୍ଷାର ଘଟିଲା ଅନ୍ତ। ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ଏହି ସଫଳ ମିଶନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିଶନ ପ୍ରସ୍ତୁତି ସମୀକ୍ଷା କମିଟି ଉତକ୍ଷେପଣ ପାଇଁ ମଞ୍ଜୁରୀ ଦେଇଛି ।

କମିଟିର ଅନୁମୋଦନ ପରେ ଲଂଚ ପ୍ରାଧିକରଣର ବୋର୍ଡ ମଧ୍ୟ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରିବାକୁ ଅନୁମତି ଦେଇଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କିନ୍ତୁ ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩ । ଆଉ ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ ।