ଦିନକ ପାଇଁ ଘୁଂଚିଲା ମିଶନ ଚନ୍ଦ୍ରଯାନ ୩

ଭୁବନେଶ୍ୱର,୬/୭: ଇତିହାସ ରଚିବା ଅପେକ୍ଷାରେ ଭାରତ। ଏହାରିମଧ୍ୟରେ ଦିନକ ପାଇଁ ଘୁଂଚିଲା ମିଶନ ଚନ୍ଦ୍ରଯାନ ୩ । ବହୁପ୍ରତିକ୍ଷିତ ଚନ୍ଦ୍ରାଯାନ ୩ ଉତକ୍ଷେପଣ ତାରିଖ ଜୁଲାଇ ୧୩ ପରିବର୍ତେ ଜୁଲାଇ ୧୪ ଅପରାହ୍ନ ୨ ଟା ୩୫ ମିନିଟରେ କରାଯିବ । ଶ୍ରୀହରିକୋଟା ସ୍ଥିତ ଲଂଚ ପ୍ୟାଡରୁ ଚନ୍ଦ୍ରପୃଷ୍ଟରେ ସୁରକ୍ଷିତ ଭାବେ ଚନ୍ଦ୍ରଯାନ ୩ କୁ ଅବତରଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଅଗଷ୍ଟ ୨୩ କିମ୍ବା ୨୪ ସୁଦ୍ଧା ଚନ୍ଦ୍ର ପୃଷ୍ଟରେ ଲ୍ୟାଣ୍ଡ କରିପାରେ ଚନ୍ଦ୍ରଯାନ ୩ । ଏନେଇ ଇସ୍ରୋ ତରଫରୁ ବିଦ୍ଧିବଦ୍ଧ ଘୋଷଣା କରାଯାଇଛି ।