ଜୁଲାଇ ୧୩ରେ ଚନ୍ଦ୍ରଯାନ-୩ କୁ ଲଞ୍ଚ କରିବ ଇସ୍ରୋ

ଭୁବନେଶ୍ୱର,୩/୦୭: ଶେଷରେ ଅପେକ୍ଷାର ଘଟିଛି ଅନ୍ତ । ଜୁଲାଇ ୧୩ରେ ଚନ୍ଦ୍ରଯାନ-୩ କୁ ଇସ୍ରୋ ଲଞ୍ଚ କରିବ ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥନ  ସୂଚନା ପ୍ରଦାନ କରିଛନ୍ତି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଚନ୍ଦ୍ରଯାନ-୩ ର ଉତକ୍ଷେପଣ କରାଯିବ । ଯଦି ଏହି ଉତକ୍ଷପଣ ସଫଳ ହେବ ତେବେ ୪ର୍ଥ ଦେଶଭାବେ ଭାରତ ପରିଗଣିତ ହେବ । ପୂର୍ବରୁ ରୁଷ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିସାରିଛନ୍ତି । ୨୦୧୯ ମସିହା ଜୁଲାଇ ୨୨ ତାରିଖରେ ଚନ୍ଦ୍ରଯାନ ଟୁ ଅଭିଯାନ ଆରମ୍ଭ ହୋଇଥିଲା । ୨୦୧୯ରେ ପ୍ରଥମ ଉତକ୍ଷେପଣ ଚେଷ୍ଟା ବିଫଳ ହୋଇଥିଲା ।