ଚଳିତବର୍ଷ ଭକ୍ତଙ୍କ ଗହଣରେ ହେବ ଚନ୍ଦନ ଯାତ୍ରା

ପୁରୀ, ୧୨/୪: ଭକ୍ତଙ୍କ ପାଇଁ ଖୁସି ଖବର ଚଳିତବର୍ଷ ଭକ୍ତଙ୍କ ଗହଣରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଛତିଶା ନିଯୋଗ ବୈଠକରେ ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟ ନୀତି ବି ଭକ୍ତଙ୍କ ଗହଣରେ ହେବ । ଶ୍ରୀମନ୍ଦିର ସୁରକ୍ଷା ନେଇ ସମସ୍ତ ସହଯୋଗ ରହିବା ଦରକାର  ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବୈଠକରେ ସେବାୟତଙ୍କ ପ୍ରସ୍ତାବ ଅଛି ଯେ ଶ୍ରୀମନ୍ଦିର ଆଗରେ ହେବନାହିଁ ବିକ୍ଷୋଭ ।