ବିନା ଭକ୍ତରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା

ଭୁବନେଶ୍ୱର, ୧୧/୫: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ। ତେଣୁ ସବୁ ପରିସ୍ଥିତି କୁ ଦୃଷ୍ଟିରେ ରଖି କୋଭିଡ୍ କଟକଣାରେ ବିନା ଭକ୍ତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ଭିତରେ  ଅକ୍ଷୟ ତୃତୀୟା ନୀତି ହେବ ନାହିଁ। ନୀତି ପାଇଁ ୫୦ ଜଣ ପାଳିଆ ସେବାୟତଙ୍କ ପ୍ରବେଶକୁ ମିଳିବ ଅନୁମତି ।

ଏହାସହ ଚନ୍ଦନ ଯାତ୍ରା ପ୍ରସାରଣକୁ ନେଇ ଗଣମାଧ୍ୟମ ଉପରେ କଟକଣା ଲାଗୁ କରାଯାଇଛି। ଚନ୍ଦନ ଚକଡାକୁ ଯିବାକୁ ମଧ୍ୟ  ବାରଣ କରାଯାଇଛି। ମହାପ୍ରଭୁଙ୍କ ଜଳକ୍ରୀଡା ପ୍ରସାରଣ ନେଇ ଗଣମାଧ୍ୟମକୁ ଫିଡ୍ ଦେବ ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସୂଚନାଯୋଗ୍ୟ ଯେ ଆଜି ଛତିଶା ନିଯୋଗ ବୈଠକ ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାରଙ୍କ ଅଧକ୍ଷତାରେ ହୋଇଥିଲା। ସେହି ବୈଠକରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନେଇ ନିଷ୍ପତ୍ତି ନିଆଯାଇଛି।