ଆଜିଠୁ ଝାଡ଼ଖଣ୍ଡରେ ଚମ୍ପାଇ ରାଜ୍, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ନୂଆଦିଲ୍ଲୀ,୨/୦୨: ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପାଇ ସୋରେନ । ଜମି ଦୁର୍ନୀତି ମାମଲାରେ ଗିରଫ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜଭବନରେ ତାଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ। ତାଙ୍କ ସହ କଂଗ୍ରେସ ବିଧାୟକ ଅଲଗିର ଆଲାମ ଏବଂ ଆରଜେଡି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟପଟେ ଶୁକ୍ରବାର ସୁପ୍ରିମ୍ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ହେମନ୍ତ ସୋରେନ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାଖଲ କରିଥିଲେ। ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ ।