ଭୋଟିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା: ସିଇଓ

ଭୁବନେଶ୍ୱର, ୨୮/୯: ଆଉ ଦୁଇଟା ଦିନ ଗଲେ ପିପିଲି ଉପନିର୍ବାଚନ। ଏହାରିମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ କୋଭିଡ୍ କଟକଣା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କାର୍ଯ୍ୟ ପାଇଁ ୨୨୦୦ କର୍ମଚାରୀ ଓ ୨୦୦୦ ପୋଲିସଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ନିର୍ବାଚନ କାର୍ଯ୍ୟରେ ଥିବା ସମସ୍ତ କର୍ମଚାରୀ ୨ଟି ଡୋଜ ଟିକା ନେଇଥିବେ । ଭିନ୍ନକ୍ଷମମାନେ ଘରେ ରହି ମଧ୍ୟ ଭୋଟ ଦେଇପାରିବେ । ପୋଷ୍ଟାଲ ବାଲାଟରେ ୯୨୪ ଜଣ ଭୋଟ୍ ଦେଇଛନ୍ତି ।ପ୍ରତ୍ୟେକ ଭୋଟରଙ୍କୁ ହ୍ୟାଣ୍ଡଗ୍ଲୋଭ୍ସ ଦିଆଯିବ । ଯେଉଁମାନଙ୍କ ଦେହରେ ତାପମାତ୍ରା ଅଧିକ ଥିବ ତାଙ୍କୁ ବାଦ୍ ଦିଆଯିବ । ଆଶା ଦିଦି ଓ ସ୍ୱାସ୍ଥ୍ୟକର୍ମୀ ସହଯୋଗ କରିବେ । ସୁରୁଖୁରୁ ବ୍ୟବସ୍ଥାରେ ଭୋଟ ପରିଚାଳନା ପାଇଁ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି ।