ଓମିକ୍ରନ ଓ କୋଭିଡ ସଂକ୍ରମିତ ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ, ୨୫/୧୨: ଦେଶରେ ଏବେ କୋଭିଡ ସଂକ୍ରମିତ ହାର କମିଛି କିନ୍ତୁ ଏବେ ଚିନ୍ତା ବଢ଼ାଇ ଲାଣି ଓମିକ୍ରନ। ତେଣୁ ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍‌। ଦେଶରେ ୧୦ଟି ଅଧିକ ଓମିକ୍ରନ ଓ କୋଭିଡ ସଂକ୍ରମିତ ରାଜ୍ୟକୁ ୧୦ଟି କେନ୍ଦ୍ରୀୟ ଟିମ୍ ଯିବା ନେଇ ସୂଚନା ରହିଛି। ସେମାନେ ‌ସ୍ଥିତି ସମୀକ୍ଷା କରିବା ପରେ  ସଂକ୍ରମଣ ରୋକିବା ଓ ଟିକାକରଣ ବୃଦ୍ଧି ପାଇଁ ପରାମର୍ଶ ଦେବେ। ସେହି ୧୦ ରାଜ୍ୟ ଗୁଡିକ ହେଉଛି ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ବିହାର, ମିଜୋରାମ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଓ ପଞ୍ଜାବ।