ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଓ କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର, ୧୨/୧୨:ବାତ୍ୟା ଜୱାଦରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଓ କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍‌ ସହ ରାଜ୍ୟର ବରିଷ୍ଠ ଅଧିକାରୀ ସାମିଲ ରହିିଛନ୍ତି। ନିମାପଡ଼ାରୁ ଆରମ୍ଭ କରି ୧୧ଟି ବ୍ଲକ୍‌ର କ୍ଷୟକ୍ଷତି ସମୀକ୍ଷା କରିବ ଟିମ୍‌।

ସୂଚନାଯୋଗ୍ୟ ଯେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଟିମ୍ ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି । ତିନିଟି ଭାଗରେ ବିଭକ୍ତ ହୋଇଥିବରା ତିନିଟି ଟିମ୍ ଆଜି ତିନିଟି ଜିଲ୍ଲା ଗସ୍ତ କରିଛନ୍ତି । ଦୁଇ ଦିନରେ ଗଞ୍ଜାମ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଅଂଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ । ‌