କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ଭୁବନେଶ୍ୱର, ୨୭/୧୨: ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ବଢ଼ାଇ ଲାଣି ଓମିକ୍ରନ। ତେଣୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଆଜି ଚିଠି ଲେଖିଛନ୍ତି। ସେ ଓମିକ୍ରନ ପାଇଁ ଅଧିକ ସତର୍କ ହେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଡେଲ୍‌ଟା ଭରିଆଣ୍ଟାଠାରୁ ୩ ଗୁଣ ଅଧିକ ବେଗରେ ବ୍ୟାପୁଛି ଓମିକ୍ରନ । ପଞ୍ଚସୂତ୍ରୀ ନିୟମ- ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍‌, ଟିକା ଏବଂ ସତର୍କତା ମାନିବାକୁ ନିର୍ଦେଶ ଦେବା ସହ ରାଜ୍ୟରେ ଅକ୍ସିଜେନ ଓ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ଗଛିତ ରଖିବାକୁ କୁହାଯାଇଛି। ଖାଲି ଏତିକି ନୁହେଁ ସ୍ଥିତି ଦେଖି କଟକଣା ଲଗାଇବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦେଶ ଦିିିଆଯାଇଛି। ଏହାସହ ଯେଉଁମାନେ କଟକଣା ମାନୁ ନାହାନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।