କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୮/୦୩: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ଏନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସପ୍ତମ ବେତନ କମିଶନ ଆଧାରରେ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି । ଏହା ପୂର୍ବରୁ ଜୁଲାଇ ୨୦୨୪ରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇ ୫୦ରୁ ୫୩ପ୍ରତିଶତ ହୋଇଥିଲା । ଏବେ ୨% ବଢ଼ି ଏହା ୫୫ ପ୍ରତିଶତ ହୋଇଛି ।ତେବେ ନୂଆ ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ୧ରୁ ପିଛିଲା ଭାବେ ଲାଗୁ ହେବ । ଯେଉଁ କର୍ମଚାରୀଙ୍କ ଦରମା ୫୦ ହଜାର ସେମାନଙ୍କୁ ୫୩% ହିସାବରେ ୨୬ ହଜାର ୫୦୦ ଟଙ୍କା ମିଳୁଥିଲା । ଏବେ ୫୫% ହିସାବରେ ୨୭ ହଜାର ୫୦୦ ଟଙ୍କା ମିଳିବ । ଅର୍ଥାତ ବର୍ତ୍ତମାନ କର୍ମଚାରୀ ୧ ହଜାର ଟଙ୍କା ଅଧିକ ପାଇବେ ।

Leave a Reply

Your email address will not be published. Required fields are marked *