ଭୁବନେଶ୍ୱର, ୧୬/୦୧: କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କୁ ବଜେଟ ପୂର୍ବରୁ ଖୁସି ଖବର ଦେଇଛନ୍ତି । ଅର୍ଥାତ ମୋଦୀ ସରକାର ଅଷ୍ଟମ ବେତନ ଆୟୋଗକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧିନ ସରକାର ଅଷ୍ଟମ ବେତନ ଆୟୋଗ ଗଠନର ନିଷ୍ପତ୍ତି ସେତେବେଳେ ନେଇଥିଲେ ଯେତେବେଳେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ଭତ୍ତା ବଢି ୫୩ ପ୍ରତିଶତରେ ପହଞ୍ଚିଛି । କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଲମ୍ବା ସମୟରୁ ଏହି ରିହାତିର ଅପେକ୍ଷାରେ ଥିଲେ ।