ପୁଣି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ, ଆଇନ ରାଷ୍ଟ୍ରମନ୍ତ୍ରୀ ପଦରୁ ହଟିଲେ ବାଘେଲ୍

ନୂଆଦିଲ୍ଲୀ,୧୮/୫: ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ଅଦଳବଦଳ ହୋଇଛି । ପ୍ରଥମେ ଆଇନ ମନ୍ତ୍ରାଳୟ ଦାୟିତ୍ବରେ ଥିବା କିରଣ ରିଜିଜୁଙ୍କ ଠାରୁ ତାଙ୍କ ଦାୟିତ୍ବ କାଢ଼ି ନିଆଯାଇଥିବା ବେଳେ ଏବେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବଘେଲଙ୍କୁ ମଧ୍ୟ ଅପସାରଣ କରାଯାଇଛି। ତାଙ୍କୁ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ସେହିପରି ରିଜିଜୁଙ୍କୁ ପୃଥ୍ବୀ ବିଜ୍ଞାନ ମନ୍ତ୍ରୀ ନିଯୁକ୍ତ କରାଯାଇଥିବା ବେଳେ ସଂସଦୀୟ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ଅର୍ଜୁନ ସିଂ ମେଘୱାଲଙ୍କୁ ଆଇନ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଇ ଦୁଇ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରିଛନ୍ତି।