କୋଭିଡ ନୀତି ବଦଳାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୮/୫: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ ନୀତି ବଦଳାଇଛନ୍ତି କେନ୍ଦ୍ର ସରକାର । ହସ୍ପିଟାଲରେ କୋଭିଡ ରୋଗୀଙ୍କ ଭର୍ତ୍ତି ହେବା ପାଇଁ ନିୟମ ବଦଳିଛି। କୋଭିଡ ହସ୍ପିଟାଲରେ ଭର୍ତ୍ତି ପାଇଁ ପଜିଟିଭ୍‌ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । ଏହାସହ କୌଣସି ରୋଗୀଙ୍କୁ ସେବା ଦେବାକୁ ମନା କରିପାରିବେନି ହସ୍ପିଟାଲ । ରୋଗୀ ଯେକୌଣସି ଅଞ୍ଚଳର ହୋଇଥିଲେ ବି ଚିକିତ୍ସା କରିବ ହସ୍ପିଟାଲ । ରୋଗୀର ସ୍ବାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚିକିତ୍ସା କରାଯିବ ବୋଲି କୁହାଯାଇଛି।