କେନ୍ଦ୍ର ସରକାରଙ୍କ କୋଭିଡ୍‌ ପ୍ୟାକେଜ, ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ

ନୂଆଦିଲ୍ଲୀ, ୨୮/୬: ଦେଶରେ କରୋନା ସ୍ଥିତି ଅତି ଗମ୍ଭୀର ରହିଛି। ଏହାରିମଧ୍ୟରେ କେନ୍ଦ୍ର ସରକାର କୋଭିଡ୍‌ ପ୍ୟାକେଜ ଘୋଷଣା କରିଛନ୍ତି।  ୮ଟି ଅର୍ଥନୈତିକ ସହାୟତା ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୋଭିଡ ପ୍ରଭାବିତ ଅଞ୍ଚଳ ପାଇଁ ୧.୧ ଲକ୍ଷ କୋଟିର ନିଶ୍ଚିତ ଋଣ ଯୋଜନା , ସ୍ବାସ୍ଥ୍ୟ ସଂପର୍କିତ କ୍ଷେତ୍ର ପାଇଁ ୫୦ ହଜାର କୋଟିର ଯୋଜନା,ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ୨୩ ହଜାର ୨୨୦ କୋଟିର ପ୍ୟାକେଜ୍‌ ସେ ଘୋଷଣା କରିଛନ୍ତି।

ସେହିପରି ୩ ଲକ୍ଷ କୋଟିର କର୍ପସ୍‌ ପାଣ୍ଠିର ଆକାର ୪.୫ ଲକ୍ଷ କୋଟିକୁ ବୃଦ୍ଧି , ପର୍ଯ୍ୟଟନ ଏଜେନ୍‌ସିଗୁଡ଼ିକୁ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ, ୧୧ ହଜାର ଟୁରିଷ୍ଟ ଗାଇଡ୍‌ଙ୍କୁ ଆର୍ଥିକ ସହାୟତା , କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ ଦ୍ବାରା ୨୫ ଲକ୍ଷ ଲୋକଙ୍କୁ ଋଣ କିନ୍ତୁ ଋଣ ଖିଲାପ ଅବଧି ୩ ମାସରୁ ଅଧିକ ହୋଇନଥିଲେ  ଋଣ ମିଳିବ। ସେହିପରି ପ୍ରତ୍ୟେକ ବ୍ୟବସାୟୀଙ୍କୁ ୧ଲକ୍ଷ ୨୫ ହଜାର ଟଙ୍କା ଯାଏ ଋଣ ଦିଆଯିବ । କୋଭିଡ ପରେ ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭାରତ ମାଗଣା ଭିସା ଦେବ।