୩% ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୩୦/୩: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢିଛି। ପିଛିଲା ଭାବେ ୨୦୨୨ ଜାନୁଆରୀ ୧ରୁ ଲାଗୁ ହେବ । ମହଙ୍ଗା ଭତ୍ତା ୩% ବୃଦ୍ଧି ହୋଇ ୩୪% ହୋଇଛି ।ପେନସନଧାରୀଙ୍କ DR ବି ୩% ବୃଦ୍ଧି ପାଇଛି। କେନ୍ଦ୍ରୀୟ କର୍ମଚାରୀଙ୍କ ୩% DA ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।ବର୍ଦ୍ଧିତ ୩% DA ଅତିରିକ୍ତ ଇନଷ୍ଟାଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୨ ଜାନୁଆରୀ ୧ ରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ହୋଇଛି। ୪୭.୬୮ ଲକ୍ଷ କର୍ମଚାରୀ ଓ ୬୮.୬୨ ଲକ୍ଷ ପେନସନଭୋଗୀ ପାଇବେ।