ଜାନୁଆରୀ ୧ରୁ ରାଜ୍ୟରେ ଆରମ୍ଭ ହେବ ଜନଗଣନା

ଭୁବନେଶ୍ୱର, ୭/୧୧: ଜାନୁଆରୀ ୧ରୁ ରାଜ୍ୟରେ ହେବ ଆରମ୍ଭ ହେବ ଜନଗଣନା । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏଥିସହ ସେ କହିଛନ୍ତି ଯେ, ଯଥାଶୀଘ୍ର ସବୁ ପ୍ରସ୍ତାବ କାମ ଶେଷ କରି ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବଦଳିବ ରିଲିଫ୍ କୋର୍ଡ । ସେ କହିଛନ୍ତି ରିଲିଫ୍ ହେଉଛି ଏକ ଦୟାର ଶବ୍ଦ । ତେଣୁ ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ମିଳିବ ଲୋକଙ୍କ ଅଧିକାର । ରିଲିଫ୍ କୋର୍ଡ, ଅଧିକାର ଆଇନରେ ପରିଣତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୧ରେ ଦେଶରେ ଜନଗଣନା ହେବାର ଥିଲା । ହେଲେ କୋଭିଡ୍ କାରଣରୁ ଏହା ସ୍ଥଗିତ ରହିଥିଲା । ହେଲେ ଏବେ ଆସନ୍ତାବର୍ଷରୁ ଦେଶରେ ପୁଣିଥରେ ଆରମ୍ଭ ହେବ ଜନଗଣନା ।