ବାୟୁସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୮/୧୨: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ୍‌ ହୋଇଥିଲା। ଏହି ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ଘଟିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭାରତୀୟ ବାୟୁ ସେନା। ବିପିନ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ବରୁଣ ସିଂହ ଆହତ ହୋଇଛନ୍ତି।