ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ୱର

ଭୁବନେଶ୍ୱର,୨୩୦/୦୮: ସିସିଟିଭି ସର୍ଭେଲାନ୍ସ ରେ ରହିବ ଭୁବନେଶ୍ୱର। କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେବ ସହଭାଗିତା। ଅପରାଧୀଙ୍କୁ ଧରିବା ଓ ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସ ଏହି ନୂଆ ରଣନୀତି ଆପଣାଇଛି।କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେବାକୁ ଥିବା “ସହଭାଗିତା” ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ, ବଡ଼ ବଡ଼ ଦୋକାନମାନେ ଯୋଡ଼ି ହେବେ। ସୂଚନା ମିଳିଛି ଯେ, ଚୋରି ବା ଅନ୍ୟ ଅପରାଧ ରୋକିବା ପାଇଁ ଭୁବନେଶ୍ୱରର ସବୁ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ କମିଶନରେଟ ପୁଲିସ କଣ୍ଟ୍ରୋଲ ରୁମକୁ ସେୟାର କରାଯିବ। ଅପରାଧକୁ ଚିହ୍ନଟ କରିବା ଓ ରୋକିବାରେ ଏହି ସିସିଟିଭି ଫୁଟେଜ ସହାୟକ ହେବ।

ସିସିଟିଭିର ଆଇପି ଆଡ୍ରେସ ପୁଲିସ ସହ ସେୟାର କରିବାକୁ କୁହାଯାଇଥିବା ବେଳେ ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଜଣାଯାଇଛି।