ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ,୨୨/୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୯୨ ଦଶମିକ ୭୧ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ ହୋଇଛନ୍ତି । ଏଥର ବି ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଛାତ୍ରୀଙ୍କ ପାସ୍ ହାର ୯୪ ଦଶମିକ୍ ୫୪ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୧ ଦଶମିକ ୯୮ପ୍ରତିଶତ ରହିଛି । ଛାତ୍ରଙ୍କ ଠାରୁ ୩ ଦଶମିକ୍ ୨୭ ପ୍ରତିଶତ ଅଧିକ ଛାତ୍ରୀ ପାସ୍ କରିଛନ୍ତି । ମୋଟ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ୩୦ ହଜାର ୬୬୨ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ଗତ ବର୍ଷ ତୁଳନାରେ ଚଳିତବର୍ଷ ପାସ ହାର ପ୍ରାୟ ୭ ପ୍ରତିଶତ କମିଛି ।